ବୋଇତ ବନ୍ଦାଣ ହେଲା କାଳ : ୨ ମୃତ

ରାୟଗଡ଼ା, ଏନ୍ଏନ୍ଏସ୍ : ଆଜି ପବିତ୍ର କାର୍ତିକ ପୁର୍ଣ୍ଣିମା । ଧର୍ମ ମାସର ଶେଷ ଦିନ । ରାୟଗଡ଼ା ଜିଲ୍ଲାର ବିଭିନ୍ନ ଦେବ ପିଠ ଠାରୁ ଆରମ୍ଭ କରି ନଦୀ ପୁଷ୍କରଣୀରେ ଭକ୍ତଙ୍କ ଭିଡ଼ ଜମିଛି । ତେବେ ନାଗାବଳୀ ଏବଂ ବଂଶଧାରା ନଦୀରେ ବୋଇତ ବନ୍ଦାଣ ସମୟରେ ଅଘଟଣ ଘଟି ଦୁଇଜଣଙ୍କ ଜିବନ ଚାଲିଯାଛି । ରାୟଗଡ଼ା ସହର ଉପକଣ୍ଠର ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ଅଘଟଣ ଘଟି ଜଣେ ଇଞ୍ଜିନିୟର ଛାତ୍ରର ମୃତ୍ୟୁ ଘଟିଛି । ଛାତ୍ର ଜଣକ ହେଲେ ୨୨ ବର୍ଷିୟ ସୁମନ ବେହେରା । ତାଙ୍କ ଘର ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ । ସେ ସ୍ଥାନିୟ ୟୁଜିଏମଆଇଟିରେ ଦ୍ୱିତୀୟ ବର୍ଷ ଡ଼ିପୋ୍ଲମା ଛାତ୍ର । ଆଜି ଭୋରରୁ ୪ ଜଣ ସାଙ୍ଗଙ୍କ ସହିତ ବୋଇତ ଭସାଇବାକୁ ସୁମନ ଝୁଲିପୋଲ ନିକଟକୁ ଯାଇଥିଲେ । ସେଠାରେ ବୋଇତ ଭସାଇଲା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ନାଗାବଳୀର ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ । ତାଙ୍କୁ ଉଦ୍ଧାର ପାଇଁ ସ୍ଥାନିୟ ମାରିଗୁଡ଼ା ଗାଁ’ ଲୋକଙ୍କ ସାହାର୍ଯ୍ୟ ନିଆଯାଇଥିଲା । ହେଲେ ନଦୀର ସ୍ରୋତ ଏତେ ପ୍ରଖର ଥିଲା ତାଙ୍କୁ ଉଦ୍ଧାର କରି ପାରିନଥିଲେ । ପରେ ଦମକଳ ବାହିନି ଆସି ସୁମନଙ୍କ ମୃତ ଦେହକୁ ଝୁଲାରୋଲ ଠାରୁ ୬୦୦ ମିଟର ଦୁର ମାରିଗୁଡ଼ା ଘାଟ ନିକଟର ଏକ ପଥର ଖୋଲରୁ ଉଦ୍ଧାର କରି ଡ଼ାକ୍ତରଖାନା ଆଣିଥିଲେ ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।

ସେହିଭଳି ରାମଣାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ବଂଶଧାରା ନଦୀରେ ମଧ୍ୟ ବୋଇତ ଭସାଣି ବେଳେ ଜଣେ ଯୁବକ ଭାଷିଯାଇ ପ୍ରାଣ ହରାଇଛନ୍ତି। ମୃତ ଯୁବକ ହେଲେ ଗୁମୁଡ଼ା ନିକଟସ୍ଥ ଗୋପାଳପୁର ଗ୍ରାମର ୧୬ ବର୍ଷିୟ ସନ୍ତୋଷ ଜେନା । ପରିବାର ସହ ସନ୍ତୋଷ ଭୋରରୁ ବଇତ ଭସାଇବାକୁ ବଂଶଧାରା ନଦୀକୁ ଯାଇଥିଲେ । ବୋଇତ ଭସାଇବା ବେଳେ ତାଙ୍କର ମଧ୍ୟ ଗୋଡ଼ ଖସିଯାଇଥିଲା ଫଳରେ ସେ ମଧ୍ୟ ବଂଶଧାରା ନଦୀରେ ଭାସିଯାଇଥିଲେ ଘଟଣା ସ୍ଥଳରେ ଗୁମୁଡ଼ା ଅଗ୍ନିଶ୍ରମ ବାହିନି ପହଁଚିଂ ସନ୍ତୋଷକୁ ଉଦ୍ଧାର କରି ପଦ୍ମପୁର ଡ଼ାକ୍ତର ଖାନାରେ ଭର୍ତି କରିଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୁଲିସ ପହଁଚିଂ ସନ୍ତୋଷର ଶବକୁ ଗୁଣପୁର ପଠାଇ ବ୍ୟବଛେଦ କରିବା ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଛନ୍ତି।