କେରଳରୁ ଫେରିଲେ ଆଳି ଅଞ୍ଚଳର ୧୫ ପ୍ରବାସୀ

ଆଳି,ଏନ୍ଏନ୍ଏସ୍: ଗତକାଲି କେରଳରୁ ଟ୍ରେନ ଯୋଗେ ପ୍ରବାସୀମାନେ ଓଡ଼ିଶା ଫେରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପ୍ରବାସୀମାନେ ଟ୍ରେନରୁ ଓହ୍ଲାଇ ବସ୍ ଯୋଗେ ଆଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ପହଞ୍ଚିଛନ୍ତି। ଏଥିସହ ମୋଟ ୧୫ ଜଣ ପ୍ରବାସୀ ଆଳିରେ ପହଞ୍ଚିଛନ୍ତି।

ସେମାନଙ୍କ ମଧ୍ୟରେ ୨ ଶିଶୁ, ୪ ମହିଳା ଓ ୯ ପୁରୁଷ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ଆଳି ବିଡ଼ିଓ ଦିବେନ୍ଦୁ ଦାସ, ତହସିଲଦାର ତପନ ସେନାପତି, ଏବିଡିଓ ପ୍ରଶାନ୍ତ କୁମାର ଜେନା, ଆଇଆଇସି ସଲିଲ କୁମାର ପ୍ରଧାନ, ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ଥିଲେ।