Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବଲାଙ୍ଗୀରରେ ଆଜି ୧୪ କରୋନା ପଜିଟିଭ ଚିହ୍ନଟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବଲାଙ୍ଗୀରରେ ଆଜି ୧୪ କରୋନା ପଜିଟିଭ ଚିହ୍ନଟ

ବଲାଙ୍ଗୀର,ଏନ୍ଏନ୍ଏସ୍: ଆଜି ବଲାଙ୍ଗୀରରେ ୧୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଟିଟିଲାଗଡ଼ ବ୍ଲକ ସିଲୁଆଁ ପଂଚାୟତର ଦୁଇ ଜଣ। ଦୁଇ ଜଣ ଯାକ ମୁମ୍ବାଇ ଫେରନ୍ତା ହୋଇଥିବା ବେଳେ ପ୍ରଥମେ ସରକାରୀ କ୍ୱାରେଣ୍ଟାଇନରେ ଏବଂ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ। ସେହିପରି ମୁରୀବାହାଲ ବ୍ଲକ ଡଙ୍ଗରପଡ଼ାର ପଂଚାୟତର ଜଣେ। ସେ ମଧ୍ୟ ମୁମ୍ବାଇ ଫେରନ୍ତା ହୋଇଥିବା ବେଳେ ପ୍ରଥମେ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ଏବଂ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ। ବଲାଙ୍ଗୀର ମ୍ୟୁନିସିପାଲଟିର ୩ ଜଣ କଲକୋତା ଫେରନ୍ତା ହୋଇଥିବା ବେଳେ ସେମାନେ ହୋମ କ୍ୱାରେଣ୍ଟାଇନରେ ଥିଲେ। ସହରର ରାଧାରଣାୀ ପଡ଼ାର ଆଉ ୪ ଜଣ କୋଲକାତା ଫେରନ୍ତା ହୋଇଥିବାବେଳେ ସେମାନେ ମଧ୍ୟ ହୋମ କ୍ୱାରେଣ୍ଟାଇନରେ ଥିଲେ ଓ ମୁରୀବାହାଲ ବ୍ଲକ ମନହୀରା ପଂଚାୟତରେ ଜଣେ ସେ ତାମିଲନାଡ଼ୁ ତ୍ରିପୁରରୁ ଫେରି ହୋମ କ୍ୱାରେଣ୍ଟାଇନରେ ଥିଲେ। ବେଲପଡ଼ା ବ୍ଲକ ଧୁମାଭଟା ପଂଚାୟତର ଜଣେ ମୁମ୍ବାଇ ଫେରନ୍ତା ହୋଇଥିବା ବେଳେ ପ୍ରଥମେ ସରକାରୀ କ୍ୱାରେଣ୍ଟାଇନ ଓ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ ଓ ତୁରେକେଲା ବ୍ଲକ ମହଖଣ୍ଡ ପଂଚାୟତର ଦୁଇଜଣ ମୁମ୍ବାଇ ଫେରନ୍ତା ଏବଂ ସେମାନେ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀରରେ ପଜିଟିଭ ସଂଖ୍ୟା ଏପରି ବଢ଼ି ଚାଲିଥିବା ସତ୍ୱେ ଲୋକେ ସାମାଜିକ ଦୂରତାକୁ ଆଦୌ ଅବଲମ୍ବନ କରୁନାହାନ୍ତି । ତେଣୁ ପ୍ରଶାସନ ଏଦିଗରେ ବିଶେଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି। ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱାବ ନମୁନା ପରୀକ୍ଷା ବଢ଼ି ଚାଲିଥିବାରୁ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି।