ମୟୂରଭଞ୍ଜ: ୭୧କରୋନା ପଜିଟିଭ ଚିହ୍ନଟ

ବାରିପଦା,ଏନ୍ଏନ୍ଏସ୍: ଆଜି ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩୧୦୮ କରୋନା ପଜିଟିଭ
ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୭୧ ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ଫଳରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୯୧୧ରେ ପହଞ୍ଚିଛି। ସେହିପରି ଏପ୍ରିଲ ୧୫ ପର୍ଯ୍ୟନ୍ତ ଜିଲ୍ଲାରୁ ୧୪,୪୩୬ ଜଣ ସୁସ୍ଥହୋଇ ଫେରିଥିବାବେଳେ ଆଜିସୁଦ୍ଧା ୩୮୩ ଜଣ ସକ୍ରିୟ ଥାଇ ହୋମ୍ ଆଇସୋଲେସନରେ ଚିକିତ୍ସା ହେଉଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ସଂକ୍ରମିତ ହୋଇ ୯୨ ଜଣଙ୍କର ମୃତ୍ୟୁ ହୋଇଛି।