ମୟୂରଭଞ୍ଜରୁ ପୁଣି ୧୩ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୬୫୧କୁ ବୃଦ୍ଧି

ବାରିପଦା,ଏନ୍ଏନ୍ଏସ୍: ମୟୁରଭଞ୍ଜ ଜିଲ୍ଲାରେ ପୁଣି ୩୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫୧କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗୋପବନ୍ଧୁନଗର ବ୍ଲକ ସାନଖୁଣ୍ଟା ପଞ୍ଚାୟତ ସାହାଡ଼ାଗଡ଼ି ଅଞ୍ଚଳରୁ ୨ ଜଣ ରହିଥିବା ବେଳେ ଉଦଳା ବ୍ଲକ ଖଲାଡ଼ି ପଞ୍ଚାୟତ କଇଁସାରୀ ଅଞ୍ଚଳ, ଶାମାଖୁଣ୍ଟା ବ୍ଲକ ପାଇକବସା ଅଞ୍ଚଳ, କରଞ୍ଜିଆ ବ୍ଲକ ବଡ଼ଦେଉଳି ଅଞ୍ଚଳ, ଶୁକୃଳି ବ୍ଲକର ଶୁକୃଳି ଅଞ୍ଚଳ, ଖୁଣ୍ଟା ବ୍ଲକ ବଡ଼ପଥରା ପଞ୍ଚାୟତ ବହଳଦା ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ବାହାନଡ଼ା ପଞ୍ଚାୟତ ବାହାନଡ଼ା ଅଞ୍ଚଳ, ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୨ ବେଲଗଡ଼ିଆ ଅଞ୍ଚଳ, ୱାର୍ଡ଼ ନମ୍ବର ୫ ବଡ଼ବଜାର ଅଞ୍ଚଳ, ଯଶୀପୁର ବ୍ଲକ ଦୁରଦୁରା ଅଞ୍ଚଳ, ଜାମୁକେଶ୍ୱର ପଞ୍ଚାୟତ ଦିଗପୋଷି ଅଞ୍ଚଳ ଓ ଧଳବଣି ପଞ୍ଚାୟତ ବଡ଼ଶୋଳ ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ,ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫୧କୁ ବୃଦ୍ଧି ପାଇଥିବାବେଳେ ୪୫୪ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯୫ଜଣ ଚିକିତ୍ସିତ ହେଉଛନ୍ତି।