ପ୍ରୀତିଙ୍କ କିଚେନ ଗାର୍ଡେନ

ନୂଆଦିଲ୍ଲୀ : ବଲିଉଡ ଆକ୍ଟ୍ରେସ ପ୍ରୀତି ଜିଣ୍ଟା ଆଜିକାଲି ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ। କେବେ ଫିଟନେସ ଭିଡିଓ ତ କେବେ ଫନି ଭିଡିଓ ସେୟାର କରି ଚର୍ଚ୍ଚାରେ ଥାଆନ୍ତି ପ୍ରୀତି। ନିକଟରେ ସେ ନିଜ କିଚେନ ଗାର୍ଡେନରେ ଫଳାଇଥିବା ବଡ଼ ବଡ଼ କ୍ୟାପ୍ସିକମର ଫଟୋ ସେୟାର କରି ଚର୍ଚ୍ଚା ସାଉଁଟିଛନ୍ତି। ଏକ ବଡ଼ ସାଇଜର କୁଣ୍ଡରେ ଲାଗିଥିବା ଗଛରୁ ପ୍ରୀତି କ୍ୟାପସିକମ ତୋଳୁଥିବା ଦେଖିବାକୁ ମିଳୁଛି। ପ୍ରୀତିଙ୍କର ଏହି ଭିଡିଓ ଖୁବ ଭାଇରାଲ ହେଉଛି ଓ ଏହାକୁ ୧୩ ଲକ୍ଷରୁ ଅଧିକ ଥର ଦେଖିଲେଣି ପ୍ରଶଂସକ। ଭିଡିଓ ସେୟାର କରିବା ସହ ପ୍ରୀତି କ୍ୟାପସନ ଲେଖିଛନ୍ତି – ‘ଇଏ ଦେଖ ବନ୍ଧୁଗଣ, ଆମ ନିଜ କିଚେନ ଗାର୍ଡେନ। ଘରର କ୍ଷେତ। ଏଥିପାଇଁ ମମ୍ମିଙ୍କୁ ଧନ୍ୟବାଦ। ଯେତେବେଳେ ଘରେ ପରିବା ଫଳେ, କେତେ ଭଲ ଲାଗେ। ମୋତେ ଶିଖାଇବା, ବଗିଚାରେ ସମୟ ବିତାଇବା ପାଇଁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ ମମ୍ମି।’