୨୪ ଘଣ୍ଟାରେ ୧୩ ଡ୍ରାଇଭିଂ ଲାଇସେନ୍ସ ବାତିଲ, ୩୦ ହଜାର ଜୋରିମାନା ଆଦାୟ

ଦେବଗଡ଼,ଏନ୍ଏନ୍ଏସ୍: ଡିସେମ୍ବର ପହିଲାରୁ ଟ୍ରାଫିକ ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା କେତେକ ଅମାନିଆ ଗାଡ଼ି ଚାଳନ ଟ୍ରାଫିକ ନିୟମକୁ ପାଳନ କରୁ ନଥିବାରୁ ଏହାକୁ ରୋକିବା ପାଇଁ ପୁଲିସ ହେଲମେଟ ଯାଞ୍ଚ ସହ ଗାଡିର କାଗଜ ପତ୍ର, ସିଟ ବେଲ୍ଟ ଏବଂ କୋଭିଡକୁ ଦୃଷ୍ଟିରେ ରଖି ମାକ୍ସ ଚେକିଂକୁ କଡାକଡି କରିଛି। ଏନେଇ ଦେବଗଡ଼ ଥାନା ପୁଲିସ ପକ୍ଷରୁ ସହର ମଧ୍ୟ ଦେଇ ଯାଇଥିବା ବିଭିନ୍ନ ଜାତୀୟ ରାଜପଥରେ ଯାଞ୍ଚ କଡ଼ାକଡ଼ି କରାଯାଇଛି।

ଦେବଗଡ଼ ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ ମହାନ୍ତଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଦଳ ଯାନବାହାନ ଯାଞ୍ଚ କରୁଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେହିପରି ୧୩ ଜଣ ନିୟମ ଉଲ୍ଲଂଘନ କାରୀ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିବା ଦେବଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।