୩୬,୯୫୦ ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲଖନଉ,ଏଜେନ୍ସି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାଜ୍ୟର ୬୯ ହଜାର ଶିକ୍ଷକ ନିଯୁକ୍ତ କ୍ଷେତ୍ରରେ ୩୬,୯୫୦ ଜଣ ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏନେଇ ଆଜି ନିଯୁକ୍ତି ପତ୍ର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନଲାଇନରେ ନିଯୁକ୍ତି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ପ୍ରଥମେ ୫ ଜଣ ଯୁବକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ସେହିପରି ଉତ୍ତୀର୍ଣ୍ଣ ହୋଇଥିବା ବାକି ପ୍ରାର୍ଥୀମାନଙ୍କୁ ମନ୍ତ୍ରୀ ଓ ସ୍ଥାନୀୟ ପ୍ରତିନିଧିମାନେ ଜିଲ୍ଲାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିରେ ନିଯୁକ୍ତି ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ଭର୍ଚୁଆଲ କରାଯାଇଛି। ‘ମିଶନ ରୋଜଗାର’ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଏହି ନିଯୁକ୍ତି କରିଛନ୍ତି।