ବାଲିଗୁଡା,ଏନ୍ଏନ୍ଏସ୍: ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ବାଟାଗୁଡା, ତଗାକିଆ ଓ ମୁଥୁମିଲା ଜଙ୍ଗଲରୁ ପ୍ରାୟ ୧୩ଲକ୍ଷ ଗଞ୍ଜେଇ ଗଛ କଟାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୩କୋଟି ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ପାହାଡରେ ଲାଗିଥିବା ଗଞ୍ଜେଇ ଗଛକୁ ଡ୍ରଗ ମାଫିଆମାନେ ବାଡ଼ ବାନ୍ଧି ରଖିଥିବା ଦେଖିବାକୁ ମିଳିଥିଲା।
