ପ୍ରତିଷ୍ଠା ଦିବସକୁ ଆମନ୍ତ୍ରଣ ନହେବାରୁ ଟ୍ୱିଟରରେ କ୍ଷୋଭ ପ୍ରକାଶ କଲେ ପ୍ରକାଶ ମିଶ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୁରୁବାର କମିସନରେଟ ପୁଲିସର ୧୨ତମ ଫାଉଣ୍ଡେସନ ଦିବସ ପାଳନ ହେଉଥିବା ବେଳେ ଏଥିରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ସେ ଟ୍ୱିଟ ଜରିଆରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ ଅନେକ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।