ଇସିଓଆର ଅଧୀନରେ ଚାଲିବ ୧୬ଟି ଶୀତ କାଳୀନ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୀତ ଋତୁରେ ଭାରତୀୟ ରେଳରେ ହେଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଜାନୁଆରୀ ୧ରୁ ସ୍ୱତନ୍ତ୍ର ୧୬ଟି ଟ୍ରେନ ଚଳାଇବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଶୀତ ଋତୁ ହୋଇଥିବାରୁ ଲୋକମାନେ ବିଭିନ୍ନ ସ୍ଥାନକୁ ପିକନିକ କରିବା ପାଇଁ ଯାଉଛନ୍ତି। ଫଳରେ ଟ୍ରେନ ଗୁଡ଼ିକ ଭିଡ ହେଉଛି। ତେବେ ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ୧ରୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜାନୁଆରୀ ୧ରୁ ସ୍ୱତନ୍ତ୍ର ଟ୍ରେନ ଚାଲିବା ଆରମ୍ଭ କରିଛି।

ଜାନୁଆରୀ ୧ରେ ସନ୍ତ୍ରାଗଚ୍ଛିରୁ କୋଏମବଟୋର ସ୍ପେଶାଲ, ସମ୍ବଲପୁରରୁ ବେଙ୍ଗାଲୁର ସ୍ପେଶାଲ, ଚେନ୍ନାଇ ସେଣ୍ଟ୍ରାଲରୁ ସନ୍ତ୍ରାଗଚ୍ଛି ସ୍ପେଶାଲ। ସେହିପରି ଜାନୁଆରୀ ୨ରେ ଭୁବନେଶ୍ୱରରୁ ସିକନ୍ଦରାବାଦ ସ୍ପେଶାଲ, ଜାନୁଆରୀ ୩ରୁ ସନ୍ତ୍ରାଗଚ୍ଛିରୁ ଚେନ୍ନାଇ ସେଣ୍ଟ୍ରାଲ ସ୍ପେଶାଲ, ପୁରୀରୁ ସନ୍ତ୍ରାଗଚ୍ଛି ସ୍ପେଶାଲ ସାପ୍ତାହିକ, ସାଲିମାରରୁ ପୁରୀ ଓ ପୁରୀରୁ ସନ୍ତ୍ରାଗଚ୍ଛି ଏସି ସ୍ପେଶାଲ ସାପ୍ତାହିକ, ହାଟିଆରୁ ବେଙ୍ଗାଲୁରୁ ସ୍ପେଶାଲ ଟ୍ରେନ।

ଜାନୁଆରୀ ୪ରୁ ପୁଡୁଚେରୀରୁ ସନ୍ତ୍ରାଗଚ୍ଛୀ ସ୍ପେଶାଲ। ଜାନୁଆରୀ ୫ରୁ କଚେଗୁଡ଼ାରୁ ଶ୍ରୀକାକୁଲମ ରୋଡ ସ୍ପେଶାଲ। ଜାନୁଆରୀ ୬ରୁ ଭିଶାଖାପାଟନାମରୁ ତିରୁପତି ସ୍ପେଶାଲ, କଚେଗୁଡ଼ାରୁ ଟାଟାନଗର ସ୍ପେଶାଲ ସାପ୍ତାହିକ। ଜାନୁଆରୀ ୭ରୁ କଚେଗୁଡାରୁ ଶ୍ରୀକାକୁଲମ ସ୍ପେଶାଲ, ଭିଶାଖାପାଟନାମରୁ ସିକନ୍ଦରାବାଦ ସାପ୍ତାହିକ ସ୍ପେଶାଲ ଟ୍ରେନ ଚାଲିବା ପାଇଁ ନିର୍ଦ୍ଦାରିତ ହୋଇଛି।
ସେହିପରି ୨ଟି ସ୍ୱତନ୍ତ୍ର ରେଳ କୋଲକତାରୁ ପୁରୀ ଓ ବିଶାଖାପାଟନାମରୁ ଅରକୁ ସ୍ପେଶାଲ ଟ୍ରେନ ଡିସେମ୍ବର ୨୩ରୁ ଚଳାଚଳ କରୁଛି।
ତେବେ ଦୈନନ୍ଦିନ ଚାଲୁଥିବା ଟ୍ରେନରେ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନେ ଏହି ଟ୍ରେନମାନଙ୍କରେ ଟିକଟ କନଫରମେସନ କରିପାରିବେ। ଆଇଆରସିଟିସି ୱେବସାଇଟ, ମୋବାଇଲ ଆପ୍ ଓ ପିଆରଏସ୍ କାଉଣ୍ଟରରେ ଯାତ୍ରୀମାନେ ଟିକେଟ କାଟି ପାରିବେ ବୋଲି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ସୂଚନା ଜାରି କରାଯାଇଛି।