ଝାରସୁଗୁଡ଼ାରେ ଆଉ ୧୨୧ କରୋନା ପଜିଟିଭ ଚିହ୍ନଟ : ସଂଖ୍ୟା ୨,୮୧୫କୁ ବୃଦ୍ଧି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଚଂଳରୁ ୪୬ଜଣ, ବେଲପାହାଡ଼ ଓ ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୯ଜଣ ଲେଖାଏଁ, ଲଖନପୁର ବ୍ଲକ ଅଞ୍ଚଳରୁ ୪୫ଜଣ, କିର୍ମିରା ବ୍ଲକ ଅଞ୍ଚଳରୁ ୮, ଲଇକେରା ଓ କୋଲାବିରା ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି। ତେବେ ୧୧୯ ଜଣ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହସଙ୍ଗରୋଧରେ ଥିବାବେଳେ ଜଣେ ଭିମସାର ବୁର୍ଲା ଓ ଅନ୍ୟ ଜଣେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ପ୍ରକାଶଯୋଗ୍ୟ ଯେ, ଝାରସୁଗୁଡ଼ାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୯୯୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୮୨୧ଜଣଙ୍କ ଚିକିତ୍ସା ଜାରି ରହିଛି।