ଭାରତକୁ ୧୦ କୋଟି କରୋନା ଭ୍ୟାକ୍ସିନ ଦେବାକୁ ଋଷର ଚୁକ୍ତି

ନୂଆଦିଲ୍ଲୀ: ଋଷରୁ ୧୦ କୋଟି କରୋନା ଭ୍ୟାକ୍ସିନ ଭାରତ ଆସିବ। ବଶେଷ ସୂତ୍ରରୁ ଜଣାପଡ଼ିଛି କି, ଋଷର କରୋନା ଭ୍ୟାକ୍ସିନ ‘ସ୍ପୁଟନିକ-୫’ ପ୍ରସ୍ତୁତ କରିଥିବା ସରକାରୀ କମ୍ପାନୀ ଆରଡିଆଇଏଫ୍ ୧୦ କୋଟି କରୋନା ଭ୍ୟାକ୍ସିନ ଡୋଜ୍ ପ୍ରସ୍ତୁତ କରିବା ପାଇଁ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ଡା.ରେଡ୍ଡୀ ସହ ଚୁକ୍ତି କରିଛି। ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଏହି ଭ୍ୟାକ୍ସିନ ମିଳିଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ଗତ ମାସ କରୋନାର ଚିକିତ୍ସା ପାଇଁ ବିଶ୍ୱର ପ୍ରଥମ ପଞ୍ଜୀକୃତ ଭ୍ୟାକ୍ସିନ ସମ୍ପର୍କରେ ଘୋଷଣା କରିଥିଲେ। ଉକ୍ତ ଭ୍ୟାକ୍ସିନ ସଫଳ ହେବା ପରେ ଋଷ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକୋ କହିଥିଲେ ଯେ, ଋଷ ପ୍ରଥମେ ନିଜ ଦେଶବାସୀଙ୍କୁ ଭ୍ୟାକ୍ସିନ ପ୍ରଦାନ କରିବ ଏବଂ ପରେ ଅନ୍ୟ ଦେଶ ପାଇଁ ଉପଲବ୍ଧ କରାଇବ।