ଆଜି ୧୨ଜଣ ଚିହ୍ନଟ, ପଜିଟିଭ ସଂଖ୍ୟା ୪୬୮କୁ ବୃଦ୍ଧି

ବାରିପଦା,ଏନ୍ଏନ୍ଏସ୍: ଆଜି ମୟୂରଭଞ୍ଜ ଜିଲ୍ଲାରୁ ୧୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ଯଶୀପୁର-୨, ବାରିପଦା ପୌରପରିଷଦ-୨, କରିଆ-୧, ରାଇରଙ୍ଗପୁର-୧ ଓ ଶୁକୃଳି ବ୍ଲକ ଅଞ୍ଚଳରୁ ୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୪୬୮କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।