ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ୫ ଦିନ ପାଇଁ ସଟଡାଉନ୍

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି। ଏଠାରେ ଜଣେ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଭୁତିଭୂଷଣ ମେହେର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରବିବାର ଠାରୁ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସଟଡାଉନ ଘୋଷଣା କରାଯାଇଛି। ଏହାସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସାନିଟାଇଜ କରାଯାଇଛି। ଗୁରୁତର ଅସୁସ୍ଥଙ୍କୁ ବୁର୍ଲା ବଡ଼ମେଡିକାଲ ସ୍ଥାନାନ୍ତର କରାଯିବା ସହ ଯେଉଁମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

ସେହିପରି କରୋନା ଯୋଦ୍ଧା ସଂସ୍ପର୍ଶରେ ଆସିଥିବା ବରଗଡ଼ ଭିଏସଏସ ନଗର ଛକ ନିକଟରେ ଥିବା ମୁକେଶ ମେଡିକାଲ ଷ୍ଟୋର ଏବଂ ପୋଲି କ୍ଲିନିକକୁ ମଧ୍ୟ ୫ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବାଲୋକଙ୍କୁ ଚିହ୍ନଟ କରି ହୋମ କ୍ୱାରେଣ୍ଟାଇନରେ ରହିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି।