୨୦୨୦ରେ ଆତ୍ମହତ୍ୟା କରିଛନ୍ତି ୧୧,୭୧୬ ବ୍ୟବସାୟୀ: ଏନ୍‌ସିଆରବି ରିପୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ ସ୍ବାସ୍ଥ୍ୟ ସହିତ ଅର୍ଥବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପକାଇଛି। କରୋନା କାରଣରୁ ୨୦୧୯ ତୁଳାନାରେ ୨୦୨୦ରେ ଅଧିକ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ କହିଛନ୍ତି, ୨୦୨୦ରେ ୧୧,୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ଏହା ୨୦୧୯ ତୁଳନାରେ ୨୯ ପ୍ରତିଶତ ଅଧିକ। ଅର୍ଥାତ ୨୦୨୦ରେ କରୋନା ସମୟରେ ବ୍ୟବସାୟୀମାନେ କୃଷି କ୍ଷେତ୍ରରେ ଜଡ଼ିତ ଅଧିକ ଆର୍ଥିକ ଚାପ ଓ ସଂକଟର ସାମ୍ନା କରିଥିଲେ।

ଗୃହ ମନ୍ତ୍ରାଳୟ ଏନସିଆରବିର ରିପୋର୍ଟ ଆକ୍ସିଡେଣ୍ଟ ଆଣ୍ଡ ସୁଇସାଇଡ ଇନ ଇଣ୍ଡିଆ ତରଫରୁ କହିଛି ଯେ, ୨୦୧୯ରେ ବ୍ୟବସାୟ ସହିତ ଜଡ଼ିତ ୯୦୫୨ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ୨୦୨୦ରେ ଏହା ୧୧ ହଜାର ୭୧୬କୁ ବୃଦ୍ଧି ପାଇଛି। ଏନସିବି ଆତ୍ମହତ୍ୟାର ମାମଲାକୁ ବର୍ଗୀକରଣ କରିନାହିଁ। ମାତ୍ର ସରକାରଙ୍କ କହିବା ଅନୁସାରେ ଆତ୍ମହତ୍ୟା କରିଥିବା ଅଧିକାଂଶ ବ୍ୟବସାୟୀ ଏମ୍‌ଏସ୍‌ଏମଇ ସହିତ ଜଡ଼ିତ ଥିଲେ। ଏନସିଆରବି ରିପୋର୍ଟ ଅନୁସାରେ ୨୦୨୦ରେ ୧୧,୭୧୬ ବ୍ୟବସାୟୀ ଆତ୍ମହତ୍ୟା କରିଥିଲା ବେଳେ ୧୦,୬୭୭ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।