ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ଆଜିଠୁ ନୂଆ ନିୟମ ଲାଗୁ, ଓମିକ୍ରନ୍‌ ନେଇ ସରକାର ସତର୍କ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଅନ୍ତର୍ଜାତୀୟ ଯାତ୍ରୀ, ବିଶେଷ ଭାବେ ହାଇରିକ୍ସ ଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ଲାଗି ଡିସେମ୍ବର ୧ ତାରିଖ ଠାରୁ ନୂଆ ନିୟମ ଲାଗୁ ହୋଇଯାଇଛି। କୋଭିଡ-୧୯ର ନୂଆ ପ୍ରାରୂପ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ିଥିବାରୁ ସରକାର ସତର୍କ ରହିବାକୁ ପରାମର୍ଶ ଜାରି କରିଛନ୍ତି। ମାତ୍ର ଭାରତରେ ଓମିକ୍ରନ୍‌ର ଗୋଟିଏ ବି ମାମଲା ଏପର୍ଯ୍ୟନ୍ତ ଆସି ନାହିଁ। କିନ୍ତୁ ଏହା କହିହେବ ନାହିଁ ଯେ, ଭାରତରେ ଓମିକ୍ରନ୍‌ ଚିହ୍ନଟ ହେବନାହିଁ।

ଓମିକ୍ରନ ଚିନ୍ତା ବଢ଼ାଇଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ କହିଛନ୍ତି, ହାଇରିକ୍ସ ଦେଶରୁ ଆସିବାକୁ ଥିବା ଯାତ୍ରୀମାନଙ୍କ ଉପରେ ନଜର ରଖନ୍ତୁ। ନଜର ରାଜ୍ୟରେ ଏହି ଯାତ୍ରୀମାନେ ପହଞ୍ଚିବାର ପ୍ରଥମ ଦିନରେ ଆରଟି-ପିସିଆର ରିପୋର୍ଟ ଯାଞ୍ଚ କରନ୍ତୁ। ୮ମ ଦିନରେ ପୁଣି ଥରେ ଯାଞ୍ଚ କରନ୍ତୁ ।କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଛନ୍ତି ଯେ, ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖନ୍ତୁ। ନୂଆ ନିୟମ ପାଳନ କରନ୍ତୁ। ଯାତ୍ରୀମାନଙ୍କର ନମୁନା ରିପୋର୍ଟ ଆସିବା ପରେ ସେମାନଙ୍କୁ ବାହାର ଯିବାକୁ ଅନୁମତି ଦିଅନ୍ତୁ।