ଦେଶରେ ୨୪ ଘଣ୍ଟା ଭିତରେ ୧,୧୬,୩୯୦ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩ ଲକ୍ଷ ୬୪ ହଜାର ୮୪୮ ହୋଇଛି। ଗୁରୁବାର ସନ୍ଧ୍ୟାରେ ସାମ୍ନାକୁ ଆସିଥିବା ସଂକ୍ରମଣର ୧ ଲକ୍ଷ ୧୬ ହଜାର ୩୯୦ ନୂଆ ପଜିଟିଭ୍‌ରେ ମୁଖ୍ୟତଃ ୩ଟି ରାଜ୍ୟ- ମହାରାଷ୍ଟ୍ର, ଦିଲ୍ଳୀ ଓ ପଶ୍ଚିମବଙ୍ଗର ଭାଗ ରହିଛି ୬୧.୩୩ ପ୍ରତିଶତ। ଭାରତରେ ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରେ ୩୬ ହଜାର ୨୬୫, ପଶ୍ଚିମବଙ୍ଗରେ ୧୫ହଜାର ୪୨୧ ଓ ନୂଆଦିଲ୍ଲୀରେ ୧୫ହଜାର ୯୭, ତାମିଲନାଡୁରେ ୬୯୮୩, କେରଳରେ ୪୬୪୯ ଜଣ ଚିହ୍ନଟ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୫୨ ଲକ୍ଷ ୨୫ ହଜାର ୬୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି।

ଦେଶବ୍ୟାପୀ କୋଭିଡ-୧୯ର ନୂ୍ଆ ଭାରିଆଣ୍ଟ ଓମିକ୍ରନ୍‌ର ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତାମିଲନାଡୁ, ପଂଜାବ, ଓଡ଼ିଶା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମିଜୋରାମ, ମେଘାଳୟ, ଜମ୍ମୁ କଶ୍ମୀର ଓ ବିହାରକୁ କରୋନା ଟେଷ୍ଟିଂ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଗୁରୁବାର ଦେଶରେ ଓମିକ୍ରନ୍‌ଜନିତ ୨ୟ ମୃତ୍ୟୁ ହେବା ପରେ ସରକାର ଅଧିକ ସତର୍କ ରହିଛନ୍ତି। ସୂଚନାଯୋଗ୍ୟ ବଲାଙ୍ଗୀର ଜିଲ୍ଲା ଆଗଲପୁର ଅଞ୍ଚଳର ଜଣେ ୫୫ ବର୍ଷୀୟ ମହିଳାଙ୍କ ଗତମାସ ୨୭ ତାରିଖରେ କରୋନାରେ ମୃତ୍ୟୁ  ହୋଇଥିଲା। ମହିଳା ଜଣକ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ, ପରେ ତାଙ୍କର ରିପୋର୍ଟ ଓମିକ୍ରନ୍‌ ଆସିଛି।