ମୟୂରଭଞ୍ଜରୁ ୧୧୦ କରୋନା ପଜିଟିଭ ଚିହ୍ନଟ ଓ ୪ ମୃତ

ବାରିପଦା, ଏନ୍ଏନ୍ଏସ୍: ଆଜି ମୟୂରଭଞ୍ଜ ଜିଲ୍ଲାରୁ ୧୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ୬୪୭କୁ ବୃଦ୍ଧି ପାଇଛି। ସେହିପରି ଅକ୍ଟୋବର ୧୨ ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୮, ୫୩୪ ଏବଂ ୧୩ ପର୍ଯ୍ୟନ୍ତ ସକ୍ରିୟ ସଂଖ୍ୟା ୧୦୮୦ ରହିଛି। ଆଜି ଜିଲ୍ଲାରୁ ୪ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଫଳରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି।