କରୋନାରେ ଜୀବନ ହାରିଲେ ଆଉ ୫

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାରେ ଆଉ ୫ଜଣ ଜୀବନ ହାରିଛନ୍ତି। ସେଥିମଧ୍ୟରୁ ୨ଜଣ ମହିଳା ଓ ୩ଜଣ ପୁରୁଷ ରହିଛନ୍ତି। ଫଳରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୮୨୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ଜଣେ ୮୫ ବର୍ଷୀୟା ବୃଦ୍ଧା, ଜଗତସିଂହପୁରରୁ ୭୩ ବର୍ଷୀୟ ବୃଦ୍ଧ, ପୁରୀରୁ ୮୧ ବର୍ଷୀୟ ବୃଦ୍ଧ, ସୁନ୍ଦରଗଡ଼ରୁ ୬୭ ବର୍ଷୀୟ ବୃଦ୍ଧ ଓ ସୁନ୍ଦରଗଡ଼ରୁ ୭୯ ବର୍ଷୀୟା ବୃଦ୍ଧା ରହିଛନ୍ତି। ଏମାନେ କରୋନା ବ୍ୟତୀତ ଉଚ୍ଚ ରକ୍ତଚାପ ଓ କୀଡ଼ନୀ ଜନିତ ରୋଗରେ ପୀଡ଼ିତ