୧୧ ମୃତ ପକ୍ଷୀ ଓ ମୋଟରସାଇକେଲ ଜବତ, ନାବାଳକ ଅଟକ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜ ଅଧୀନ ମଙ୍ଗଳାଯୋଡ଼ି କ୍ୟାମ୍ପ ଅନ୍ତର୍ଗତ ଅଭିମାନପୁର ରିଙ୍ଗ ବନ୍ଧ ନିକଟରୁ ଗତକାଲି
ଅପରାହ୍ଣରେ ପାଟ୍ରୋଲିଂ ସମୟରେ ଜଣେ ନାବାଳକ ଶିକାରୀ ନିକଟରୁ ୧୧ଟି ମୃତ ପକ୍ଷୀ ଜବତ ହୋଇଛି। ଏଥି ସହ ତା’ ନିକଟରୁ ଗୋଟିଏ ମୋଟରସାଇକେଲ ଜବତ କରି ତା’କୁ ଅଟକ ରଖିଥିବା ଜଣାଯାଇଛି। ତେବେ ନାବାଳକ ଜଣଙ୍କ ହେଲେ ଉଜ୍ଜଳା-ଗୋପୀନାପୁର ଗାଁ’ର ପରମେଶ୍ୱର ପ୍ରଧାନ ବୋଲି ଜଣାପଡିଛି।

ଜବତ ମୃତ ପକ୍ଷୀଗୁଡ଼ିକ ପଞ୍ଚନାମା ପାଇଁ ପଠାଯାଇଥିବା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢ଼ଉରେ ଫରେଷ୍ଟର ପ୍ରଣୟ ଜୟସିଂ, ଫରେଷ୍ଟ ଗାଡ଼ର୍ ଆଲୋକ ବେହେରା ଓ ଶିବ ପ୍ରଶାଦ ପଲ୍ଲେଇ ସାମିଲ ଥିଲେ।