ଶିକ୍ଷକଙ୍କ ଘର ଝରକା ଭାଙ୍ଗି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଦୁର୍ୟ୍ୟୋଧନ ସାହୁଙ୍କ ଘରୁ ବୁଧବାର ବିଳମ୍ବିତ ରାତ୍ରିରେ କେତେକ ଦୁର୍ବୃତ୍ତ ଘରର ଝରକା ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଲୁଟିନେଇଥିବା ଅଭିଯୋଗ ହୋଇଛି।

ଏଥି ସହିତ ତାଙ୍କ ଘରେ ଭଡାରେ ରହୁଥିବା ଜଣେ ଶିକ୍ଷୟତ୍ରୀଙ୍କ ରୁମ୍ର କବାଟ ତାଡ଼ି ଆଲମିରା ଭାଙ୍ଗି ସୁନା ଗହଣା ଓ ନଗଦ ଟଙ୍କା ଚୋରି କରିନେଇଥିବା ତୁରୁମୁଙ୍ଗା ଥାନାରେ ଘର ମାଲିକ ଦୁର୍ୟ୍ୟୋଧନ ସାହୁ ଅଭିଯୋଗ କରିଛନ୍ତି। ତେବେ ୪୯ନଂ ରାଜପଥ କଡ଼ରେ ଥିବା ତୁରୁମୁଙ୍ଗା ଅଞ୍ଚଳର ଘରମାନଙ୍କରେ ପୂର୍ବରୁ ମଧ୍ୟ ବାରମ୍ବାର ଚୋରି ହୋଉଥିବା ଜଣାପଡ଼ିଛି।

ଏ ନେଇ ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ଶୃଷ୍ଟି ହୋଇଛି। ଅଭିଯୋଗ ପରେ ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।