ନୂଆପଡ଼ାର ୬୩ କେନ୍ଦ୍ରରେ ୧୦୬୩ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ଆସନ୍ତା ୨୯ ତାରିଖରୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ମୋଟ ୧୪୫ ବିଦ୍ୟାଳୟରୁ ୧,୦୬୩୯ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି । ଛାତ୍ରଛାତ୍ରୀ ସୁରୁଖୁରୁରେ ପରୀକ୍ଷା ଦେବା ପାଇଁ ନୂଆପଡ଼ା ବ୍ଲକରେ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟକୁ ନୋଡାଲ କେନ୍ଦ୍ର ଭବନରେ ଗ୍ରହଣ କରାଯିବା ସହ ୩୬ଟି ବିଦ୍ୟାଳୟ ପାଇଁ ୧୬ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । କୋମନା ବ୍ଲକର ନୋଡାଲ କେନ୍ଦ୍ର ଜିତାମିତ୍ର ଉଚ୍ଚ ବିଦ୍ୟାଳୟ ଓ ୩୨ଟି ବିଦ୍ୟାଳୟ ପାଇଁ ୧୩ ପରୀକ୍ଷା କେନ୍ଦ୍ର, ଖଡ଼ିଆଳ ବ୍ଲକରେ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ର ଓ ୨୯ଟି ବିଦ୍ୟାଳୟ ପାଇଁ ୧୩ଟି କେନ୍ଦ୍ର, ବୋଡ଼େନ ବ୍ଲକରେ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ନୋଡାଲ ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ର ଓ ୨୮ଟି ବିଦ୍ୟାଳୟ ପାଇଁ ୧୧୧ଟି କେନ୍ଦ୍ର ଖୋଲାଯାଇଛି । ଇତିମଧ୍ୟରେ ଜିଲ୍ଲାରେ ଦଶମ ଶ୍ରେଣୀ ପରୀକ୍ଷା ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଶିକ୍ଷା ବିଭାଗ ପୁଲିସ ପ୍ରଶାସନର ବୈଠକ ହୋଇସାରିଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ସୂଚନା ଦେଇଛନ୍ତି ।