ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଟମାଟୋ ମାଡ଼

ନୂଆଦିଲ୍ଲୀ: ଗତ ବର୍ଷ ଚାପୁଡ଼ା ଓ ଅଣ୍ଡା ମାଡ଼ ଖାଇ ସାରିଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମାକ୍ରୋଙ୍କୁ ଏବେ ଟମାଟୋରେ ଆକ୍ରମଣ କରାଯାଇଛି । ଏହି ଘଟଣାଟି ପ୍ୟାରିସର ଏକ ଲୋକାଲ ମାର୍କେଟରେ ହୋଇଛି । ନିକଟରେ ଫ୍ରାନ୍ସ ନିର୍ବାଚନ ଜିତିଥିବା ମାକ୍ରୋ ସାର୍ବଜନିକ ରୂପେ ବୁଲିବାକୁ ବାହାରିଥିଲେ । ସେହି ସମୟରେ ପ୍ୟାରିସର ଏକ ବଜାରେରେ କିଛି ଲୋକ ତାଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ପରେ ମାକ୍ରୋଙ୍କ ଗାର୍ଡସ ଲୋକଙ୍କୁ ହଟାଇବାକୁ ଚେଷ୍ଟା କରିବାରୁ ସେମାନେ କ୍ରୋଧାନ୍ୱିତ ହୋଇ ଆକ୍ରମଣ କରିଥିଲେ । ଇତିମଧ୍ୟରେ ସେଠାରେ ଉପସ୍ଥିତ ଥିବା ଆଉ କିଛି ଲୋକ ବ୍ୟାଗରୁ ଟମାଟୋ କାଢ଼ି ଫିଙ୍ଗିବାକୁ ଲାଗିଥିଲେ । ଏଭଳି ସ୍ଥିତିରେ ଗାର୍ଡସ ତୁରନ୍ତ ଆକ୍ସନରେ ଆସି ସିଲ୍ଡ ପ୍ରସ୍ତୁତ କରିଥିଲେ । ଆଉ ମାକ୍ରୋଙ୍କୁ ସୁରକ୍ଷିତ ଭାବେ ସେଠାରୁ କାଢ଼ିଥିଲେ ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଇମେନୁଏଲ ମାକ୍ରୋ ଯେଉଁ ମାର୍କେଟରେ ପହଂଚିଥିଲେ ତାହା ଏକ ଫୁଡ଼ ମାର୍କେଟ ଥିଲା । ସେଠାରେ ସେ ଲୋକଙ୍କ ସହ କଥା ହେଉଥିଲେ ସେହି ସମୟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଏହି ପୁରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।