ମେ’ ୩ରୁ ଆରମ୍ଭ ହେବ ବିରାଟ ରାମାୟଣ ମନ୍ଦିରର ନିର୍ମାଣ

ବିହାର: ବିହାରର ଚମ୍ପାରଣ ଜିଲ୍ଲାରେ କେସରିୟା ପ୍ରଖଣ୍ଡସ୍ଥିତ କେଥବଲିୟାରେ ବିଶ୍ୱର ସବୁଠୁ ଉଚ୍ଚ ବିରାଟ ରାମାୟଣ ମନ୍ଦିରର ନିର୍ମାଣ ହେବ । ଖାସ୍ କଥାଟି ହେଲା, ମେ’ ୩ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିକଟରେ ଧାର୍ମିକ ନ୍ୟାୟ ବୋର୍ଡର ପୂର୍ବ ଅଧ୍ୟକ୍ଷ ଆଚାର୍ଯ୍ୟ କିଶୋର କୁନାଲ କେସରିୟା ନିର୍ମାଣ ସ୍ଥଳୀ ନିରୀକ୍ଷଣ କରିଥିଲେ ।

ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀ ଓ ଓଡ଼ିଶାରୁ ଆଧୁନିକ ମେସିନ ଅଣାଯାଉଛି । ଏହି ବିରାଟ ରାମାୟଣ ମନ୍ଦିର ନିର୍ମାଣ ଲାଗି ୫୦୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି । ମନ୍ଦିର ପାଇଁ ୧୨୫ ଏକର ଜମିର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦୦ ଏକର ଜମିର ଅଧିଗ୍ରହଣ ସରିଛି । ଏଠାରେ ବିଶ୍ୱର ସବୁଠୁ ବଡ଼ ଶିବ ଲିଙ୍ଗ ନିର୍ମାଣ କରାଯିବ । ଏଥିସହିତ ୨୭୦ ଫୁଟ ଉଚ୍ଚରେ ଏହି ମନ୍ଦିରରେ ଏକ ପୋଖରୀ ମଧ୍ୟ ନିର୍ମାଣ କରାଯିବ । ଉକ୍ତ ପ୍ରୋଜେକ୍ଟକୁ ଅଢ଼େଇ ବର୍ଷରେ ଶେଷ କରାଯିବ ବୋଲି ଜଣାପଡ଼ିଛି ।