ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ପୁଲିସ ୧୦୬ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ତାଲପଡ଼ା ଅଞ୍ଚଳର ମାନିଆ ଦିଗାଲ । ଏହାସହ ଏକ ଇଣ୍ଡିଗୋ କାର ମଧ୍ୟ ଜବତ କରିଛି । ମିଳିଥିବା ରିପୋର୍ଟ ମୁତାବକ, ଏକ ଟାଟା ଇଣ୍ଡିଗୋ କାର ୧୦୬ କେଜିରୁ ଊର୍ର୍ଦ୍ଧ୍ୱ ଗଞ୍ଜେଇ ଧରି ତାଲପଡ଼ାରୁ ଫୁଲବାଣୀକୁ ଯାଉଥିଲା । କୌଣସି ସୂତ୍ରରୁ ସୂଚନା ପାଇ ଫିରିଙ୍ଗିଆ ପୁଲିସ ଟିମ ସହ ପିଛା କରି ମାଝିପଡ଼ ଘାଟିରେ ସେମାନଙ୍କୁ କାବୁ କରିଥିଲା । ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ପୁଲିସ ଧରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ୨ଜଣ ଫେରାର ଥିବା ପୁଲିସ ସୂଚନା ଦେଇଛି ।