ରାଜଧାନୀରେ ୨୮୧ କରୋନା ପଜିଟିଭ ଚିହ୍ନଟ : ୩୧୫ ସୁସ୍ଥ
ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୨୮୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୯ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୯୨ ଜଣ ରହିଛନ୍ତି। ଅନ୍ୟପଟେ ୩୧୫ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
