ବେଆଇନ ଇଟା ଗାଡି ସହ ୧୦ ହଜାର ଫାଇନ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଖାସବାହାଲ ଗାଁ’ରେ ବେଆଇନ ଭାବେ ଏକ ଟ୍ରାକ୍ଟର ଯୋଗେ ଇଟା ଚାଲାଣ ହେଉଥିବା ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର ଖବର ପାଇବା ପରେ ବେଳଗାଁ ଆରଆଇ ଅଶ୍ୱନି ସାମଲଙ୍କୁ ଖବର ଦେବା ପରେ ଟ୍ରାକ୍ଟର ଜବତ କରି ବେଳଗାଁ ଫାଣ୍ଡିଙ୍କୁ ନେଇଥିଲେ।

ପରେ ଗାଡି ମାଲିକ କନ୍ଦଉଳବା ଗାଁ’ର ପ୍ରଶ୍ନ ବାଗ ୧୦ ହଜାର ଟଙ୍କା ଫାଇନ ଦେବା ପରେ ଗାଡି ଛାଡି ଦେଇଥିବା ଜଣାପଡିଛି। ରାଜସ୍ବ ବିଭାଗର ମଣ୍ଟୁ ନନ୍ଦ, ଅକ୍ଷୟ କୁମାର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।