ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶକୁ ଲକଡାଉନ କରାଯାଇଥିବା ବେଳେ ଏହି ନିୟମକୁ ଅନେକ ଅମାନିଆ ଉଲଂଘନ କରୁଛନ୍ତି। ଫଳରେ ନିଜ ଜୀବନ ସହ ଅନ୍ୟର ଜୀବନ ପ୍ରତି ବିପଦ ସାଜୁଛନ୍ତି। ଏ ନେଇ ପ୍ରତ୍ୟେକ ଦିନ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ବେଳେ କେତେକ ଜନସାଧାରଣ ସୁଧିୁରିବାର ନାଁ ନେଉ ନାହାନ୍ତି।
ଫଳରେ ପ୍ରତ୍ୟେକ ଦିନ ପୁଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲକଡାଉନ ଅମାନ୍ୟ କରିବା ଅଭିଯୋଗରେ ଗତ ୨୪ ଘଣ୍ଟା ମଧ୍ୟରେ ଦେବଗଡ଼ ଥାନାରେ ଗୋଟିଏ, ରିଆମାଳ ଥାନାରେ ୨ଟି, ବାରକୋଟ ଥାନାରେ ଗୋଟିଏ ଓ କୁେଇଗୋଳା ଥାନାରେ ୫ଟି ଲେଖାଏଁ ମୋଟ ୯ଟି ମାମଲା ରୁଜୁ ହେବା ସହ ଦମ୍ପତ୍ତିଙ୍କ ସମେତ ୧୦ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।
