ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶକୁ ଲକଡାଉନ କରା ଯାଇଥିବା ବେଳେ ସରକାର ଜନସାଧାରଣଙ୍କ ଠାରୁ ସହଯୋଗ କାମନା କରିଥିଲେ। ଲକଡାଉନ ଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ହସ୍ପିଟାଲରେ ରକ୍ତର ଅଭାବରୁ ଅସୁବିଧାରେ ପଡୁଛନ୍ତି। ଏହି ପରିସ୍ଥିତିରେ ସ୍ୱେଚ୍ଚାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଉ ନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭାରରେ ଥିବା ଗଚ୍ଛିତ ରକ୍ତର ପରିମାଣ କମୁଥିବା ଜଣାପଡିଛି। ଏ ନେଇ ଗତ ୩ ତାରିଖଠାରୁ ଜିଲ୍ଲା ବିଜେଡି ଜୀବନ ବିନ୍ଦୁ ଓ ବିଜୁ ଯୁବ ବାହିନୀ ପକ୍ଷରୁ ରକ୍ତ ଭାରଠାରେ ଆରମ୍ଭ ହୋଇଥିବା ରକ୍ତଦାନ ଶିବିର ଆଜି ଉଦଯାପିତ ହୋଇଯାଇଛି।
