ପୁରୁଣା ଏଲ୍ଆଇସି କଲୋନୀ ସାହିରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ,ଏନ୍ଏନ୍ଏସ୍: ମଙ୍ଗଳବାର ବିଳମ୍ବିତ ରାତିରେ ପୁରୁଣା ଏଲ୍‌ଆଇସି କଲୋନୀ ସାହିର ଶଶାଙ୍କ ଶେଖର ବେହେରାଙ୍କ ଘର ପାଖରେ ଏକ ଅଜଗର ସାପ ଥିବା ନେଇ ରଞ୍ଜନ ବଗର୍ତି ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ୍‌ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବରପାଇ ଟିମ୍ ସଦସ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଭି. ଜଗନ୍ନାଥ ରାଜୁ, ରବୀନ୍ଦ୍ର ମହାରଣା, ସନ୍ତୋଷ କୁମାର ବାରିକ ଏବଂ ଟିମ ଆବାହକ ଭି. ଲୋକନାଥ ରାଜୁ ଠିକଣା ସ୍ଥାନରେ ପହଞ୍ଚିଥିଲେ।

ପ୍ରାୟ ୧୦ ଫୁଟ୍‌ ଲମ୍ବ ଥିବା ଅଜଗର ସାପଟିକୁ ଟିମ୍ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରି ସହରଠୁ ଦୂର ଜଙ୍ଗଲରେ ଛାଡ଼ିଥିଲେ। ମଧ୍ୟ ରାତ୍ରିରେ ମଧ୍ୟ ଟିମ୍ ହ୍ୟୁମାନିଟି କନ୍ଧମାଳର ଏହିଭଳି ତତ୍ପରତା ଦେଖି ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।