ଏସିଆ କପ୍ ୨୦୨୨: ଆଜି ହଂକଂକୁ ଭେଟିବ ଭାରତ

ଦୁବାଇ,ଏଜେନ୍ସି: ଚଳିତ ଏସିଆ କପ୍ ମ୍ୟାଚରେ ଆଜି (ବୁଧବାର) ଚତୁର୍ଥ ମ୍ୟାଚ ଖେଳାଯିବ । ଭାରତ ଓ ହଂକଂ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ଦୃଢ ମନୋବଳରେ ରହିଛି । ଆଜିର ମ୍ୟାଚ ଜିତି ବିଜୟ ଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ ଜିତିବା ପରେ ଭାରତୀୟ ଦଳର ନଜର ଏବେ ସୁପର ଫୋର ରାଉଣ୍ଡ ଉପରେ ରହିଛି । ହଂକଂକୁ ହରାଇବା ସହ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବାକୁ ଭାରତ ଯୋଜନା କରିଛି । ଅନ୍ୟପଟେ ଏସିଆ କପକୁ ଯୋଗ୍ୟତା ଅର୍ଜନ କରିଥିବା ହଂକଂ ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏଯାବତ୍ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ୩ଟି ମ୍ୟଚ ଖେଳାଯାଇଛି । ପ୍ରଥମଟି ଶ୍ରୀଲଙ୍କା ଆଫଗାନିସ୍ତାନ, ଦ୍ବିତୀୟ ଭାରତ ପାକିସ୍ତାନ ଓ ତୃତୀୟ ମ୍ୟାଚ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଛି । ଆଫଗାନିସ୍ତାନ ତାର ଦୁଇଟି ମ୍ୟାଚ ଜିତି ସୁପର ଫୋରରେ ପ୍ରବେଶ କରିଛି । ଗତକାଲି (ମଙ୍ଗଳବାର) ବାଂଲାଦେଶ ବିପକ୍ଷରେ ମ୍ୟାଚ ଜିତି ସୁପର ଫୋର ରାଉଣ୍ଡରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ଆଫଗାନିସ୍ତାନ । ଭାରତ ପାକିସ୍ତାନ ବିପକ୍ଷ ତାର ପ୍ରଥମ ମୁକାବିଲା ଜିତି ଦୃଢ ମନୋବଳରେ ରହିିଛି ।