କାବୁଲରେ ୧୦ ଚୀନ୍ ଗୁପ୍ତଚର ଗିରଫ

କାବୁଲ,ଏଜେନ୍ସି: ଆଫଗାନିସ୍ତାନରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ୧୦ଜଣ ଚୀନ୍ ନାଗରିକଙ୍କୁ ଗିରଫ କରାଯାଇଛି। ଏମାନେ ଏକ ଆତଙ୍କବାଦୀ ନେଟୱର୍କ ଚଳାଇଥିବାବେଳେ ଆଫଗାନ ଗୁଇନ୍ଦା ବିଭାଗ ଏମାନଙ୍କୁ ଗତମାସରେ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଜଣେ ମହିଳା ଅନ୍ତର୍ଭୁକ୍ତ। ଏହା ଜଣାପଡିବାପରେ କାବୁଲସ୍ଥିତ ଚୀନ୍ ଦୂତାବାସ ଏମାନଙ୍କୁ ମୁକୁଳାଇବାକୁ ତତ୍ପର ହୋଇଉଠିଥିଲା। ଆଫଗାନ୍ ପ୍ରଶାସନ ଓ ଚୀନ କୂଟନୀତିଜ୍ଞଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହେବାପରେ ୧୦ ଗୁପ୍ତଚରଙ୍କୁ ସ୍ୱତନ୍ତ୍ର ବିମାନରେ ଚୀନ୍ ପଠାଇ ଦିଆଯାଇଥିବା ଜଣାପଡିଛି। ମୁକୁଳିବା ପୂର୍ବରୁ ଏହି ଗୁପ୍ତଚରମାନେ ଲିଖିତ କ୍ଷମାଭିକ୍ଷା କରିଥିବା ସୂଚନା ମିଳିଛି।