ଟ୍ରକ ଧକ୍କାରେ ଛାତ୍ରୀ ମୃତ, ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବିଟିଏମ ବାଇପାସ ନିକଟରେ ଦୁଇଜଣ ଛାତ୍ରୀଙ୍କୁ ଏକ ଟ୍ରକ(ଓଆର୨୩ଡି୫୪୬୧) ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ଛାତ୍ରୀ ଜଣକ ବିଟିଏମ ସୁଲିଦିଆ ପଡାର ସ୍ୱପ୍ନା ଜେନା (୧୫) ବୋଲି ଜଣା ପଡିଛି।

ସ୍ଥାନୀୟ ଲୋକେ ଡ୍ରାଇଭରକୁ କାବୁ କରି ପୁଲିସ ହସ୍ତାନ୍ତର କରିବାସହ ଜାତୀୟ ରାଜପଥଥ ଏନଏଚ-୪୯ ଓ ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରିଛନ୍ତି। ଫଳରେ ଝାରସୁଗୁଡାରୁ ରାୟଗଡ ଓ ରାଉରକେଲା ପଟେ ଯାତାୟାତ ଠପ ହୋଇଛି। ଖବର ଲେଖିବା ପର୍ଯ୍ୟନ୍ତ ଘଟଣାସ୍ଥଳକୁ ବିଟିଏମ ଫାଣ୍ଡି ପୁଲିସ ପହଂଚି ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ହେଁ କ୍ଷତିପୂରଣ ଦାବି ସହ ବାରମ୍ବାର ଦୁର୍ଘଟଣାରେ ପ୍ରାଣହାନୀ ଘଟଣାର ପ୍ରତିବାଦରେ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ବିଦ୍ୟାଳୟ ଛୁଟି ହେଲାପରେ ଛାତ୍ରୀ ଦ୍ୱୟକଂଟାପାଲି ପଟୁ ବିଟିଏମ ପଟେ ଆସୁଥିଲେ। ଏହି ସମୟରେ ଦୃତ ଗତିରେ ସମ୍ବଲପୁର ପଟୁ ସୁନ୍ଦରଗଡ ଯାଉଥିବା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ୱପ୍ନାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।