ବରଗଡ଼ ଲୁହୁରାଚଟିରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ସୀମାନ୍ତ ଲୁହୁରାଚଟିରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ପଶ୍ଚିମବଙ୍ଗ ମାଲଦାର ୫୩ ବର୍ଷୀୟ ନୁରୂଲ ଇସଲାମ ମୋହିମ ବୋଲି ଜଣାପଡିଛି। ମୃତକ ଶ୍ରମିକ ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଗତକାଲି ଓଡିଶା ସୀମାନ୍ତ ଲୁହୁରାଚଟିରେ ଅଚେତ ହୋଇପଡିଥିଲେ। ତାଙ୍କୁ ଚିକିତ୍ସା ପାଇଁ ସୋହେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବରଗଡ଼ ମୁଖ୍ୟଡ଼ାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଡାକ୍ତରଖାନାକୁ ପହଁଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।