ମୁମ୍ବାଇରେ ପ୍ରଥମ ମୁଣ୍ଡ ନେଲା ଡେଲଟା ଭ୍ୟାରିଏଣ୍ଟ

ମୁମ୍ବାଇ,ଏନ୍ଏନ୍ଏସ୍: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଡେଲଟା ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢିଛି। ବର୍ତ୍ତମାନ ଦେଶରେ ତୃତୀୟ ଲହର ଭୟ ବଢାଇଛି ଏହି ଡେଲଟା ଭ୍ୟାରିଏଣ୍ଟ।

ଡେଲଟା ଭ୍ୟାରିଏଣ୍ଟର ଭୟାବହତା ଭିତରେ ଆଜି ମୁମ୍ବାଇରେ ପ୍ରଥମ ମୁଣ୍ଡ ନେଇଛି କରୋନା ମହାମାରୀର ଡେଲଟା ଭ୍ୟାରିଏଣ୍ଟ। ସୂଚନା ଅନୂସାରେ ଡେଲଟା ଭ୍ୟାରିଏଣ୍ଟରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଜଣେ ୬୩ ବର୍ଷିୟା ମହିଳା। ମହିଳା ଜଣଙ୍କର ପୂର୍ବରୁ ଫୁସଫୁସ ସଂକ୍ରମଣ ରହିଥିଲା ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ଡେଲଟା ଭ୍ୟାରିଏଣ୍ଟରେ ଆକ୍ରାନ୍ତ ହୋଇ ହୋଇଥିବା ବେଳେ ଆଜି ମୁମ୍ବାଇରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ଏବେ ମହାରାଷ୍ଟ୍ରରେ ମୋଟ୍ ଦୁଇ ଜଣଙ୍କର ଜୀବନ ନେଇଛି ଡେଲଟା ଭ୍ୟାରିଏଣ୍ଟ। ଏପଟେ ରାଜ୍ୟରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି। ରାଜ୍ୟରେ ପ୍ରତିଦିନ କରୋନା ଗ୍ରାଫକୁ ନେଇ ଚିନ୍ତା ବଢିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି। ପ୍ରଥମ କରି ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ଡେଲଟା ଭ୍ୟାରିଏଣ୍ଟ ଚିହ୍ନଟ କରାଯାଇଥିଲା। ଏହାପରେ ରାଜ୍ୟରେ ବି ଡେଲଟା ଭୟ ବଢିଛି।