ପଞ୍ଚାୟତ ନିର୍ବାଚନରେ ୨୭% ପ୍ରାର୍ଥୀ ଓବିସିରୁ ଦେବ ବିଜେଡି, ଅନ୍ୟ ଦଳକୁ ବି ଦେଲେ ଆହ୍ୱାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନରେ ୨୭% ପ୍ରାର୍ଥୀ ଓବିସିରୁ ଦେବ ବିଜେଡି। ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କୃଷିମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ୨୭% ପ୍ରାର୍ଥୀ ଓବିସିରୁ ଦେବ ବୋଲି ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ୨୭% ସଂରକ୍ଷଣ ଦେବ ବିଜୁ ଜନତା ଦଳ। ଅନ୍ୟ ଦଳଗୁଡିକ ମଧ୍ୟ ଏପରି ଘୋଷଣା କରିବାକୁ ବିଜେଡି ଆହ୍ୱାନ ଦେଇଛି। ବିଧାନସଭା ଓ ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଦାବି କରିଛି।