ସଡ଼କ ଦୁର୍ଘଟଣାରେ ଜଣେ ମୃତ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ସାନମହେଶ୍ୱର ଗ୍ରାମ ୩୫୩ ନମ୍ବର ଜାତୀୟ ରାଜପଥ ମୋଡ଼ ପାଖରେ ଥିବା ପୋଲରୁ ପଡି ଜଣେ ବାଇକ ଆରୋହି ଭାରସାମ୍ୟ ହରାଇ ପଡିଯିବା ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଛି।

ସୂଚନା ମତେ ବୋଡେ଼ନ ଥାନା ଦରଗାଁ ଗ୍ରାମର ପ୍ରସନ୍ନ ଦଳ (୪୫) ଏକ ମୋଟର ସାଇକେଲରେ ରାସାୟନିକ ସାର କିଣିବା ପାଇଁ ସାନମହେଶ୍ୱରକୁ ଯାଉଥିଲେ। ସାନମହେଶ୍ୱର ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିବାରୁ ଘଟଣାସ୍ଥଳରେ ପ୍ରସନ୍ନର ମୃତ୍ୟୁ ହୋଇଛି। ମୃତ ପ୍ରସନ୍ନଙ୍କ ୩ଟି ପୁଅ ଓ ସ୍ତ୍ରୀ ଅଛନ୍ତି। ଖଡ଼ିଆଳ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।