ପାଟଣାଗଡ଼,ଏନ୍ଏନ୍ଏସ୍: ରାଜସ୍ୱ ବିଭାଗ ପାଟଣାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବେଆଇନ ବାଲି, ପଥର ଓ ଇଟା ବୋଝେଇ ୪ଟି ଟ୍ରାକ୍ଟର ଜବତ କରିଛି । ଏଥିସହ ୧ଲକ୍ଷ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି । ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ ଓ ତାଙ୍କ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଧୁମାଭଟାଠାରୁ ବେଆଇନ ବାଲିି ଚାଲାଣ କରୁଥିବା ଏକ ଟ୍ରାକ୍ଟରରୁ ୫୦ ହଜାର ଟଙ୍କା, ପଥର ଚାଲାଣ କରୁଥିବା ଟ୍ରାକ୍ଟରରୁ ୩୫ ହଜାର ଟଙ୍କା, ଗଙ୍ଗାସାଗରରୁ ଇଟା ଚାଲାଣ କରୁଥିବା ଟ୍ରାକ୍ଟରରୁ ୧୦ ହଜାର ଟଙ୍କା ଓ ଖୁଣାପାଣିରେ ବାଲି ଚାଲାଣ କରୁଥିବା ଟ୍ରାକ୍ଟରରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ତେବେ ଉପରୋକ୍ତ ସ୍ଥାନରେ ପଥର, ବାଲି ଓ ଇଟା ମାଫିଆମାନେ କୌଣସି ପ୍ରକାର ରାଜସ୍ୱ ନଦେଇ ଚୋରା ଚାଲାଣ କରି ଆସୁଥିଲେ । ଆଗକୁ ମାଫିଆମାନେ ପୁଣି ଚୋରା ଚାଲାଣ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତସହିଲଦାର ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଏହି ଚଢ଼ଉରେ ତହସିଲଦାର ଲକ୍ଷ୍ମଣ ମାଝୀଙ୍କ ସମେତ ତ୍ରିନାଥ ଭୋଇ, ଆରଆଇ ଓ ଅମିନ ଉପସ୍ଥିତ ଥିଲେ ।