ଆରମ୍ଭ ହେଲା ନମ୍ବର ପ୍ଲେଟ ଜୋରିମାନା ଆଦାୟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନଥିବା ଗାଡ଼ି ମାଲିକଙ୍କଠାରୁ ଜୋରିମାନା ଆଦାୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗାଡ଼ି ମାଲିକଙ୍କ ବିରୋଧରେ ପରିବହନ ବିଭାଗ ଚାଲାଣ କାଟୁଥିବା ଜଣାପଡ଼ିଛି । ଗତ ୧୧ ଦିନ ମଧ୍ୟରେ ୨,୬୭୪ଟି ଗାଡ଼ିର ଚାଲାଣ କଟାଯାଇଛି । ଶେଷ ଅକ୍ଷର ୮ ପର୍ଯ୍ୟନ୍ତ ଡେଡ୍ ଲାଇନ ସରିଥିବାରୁ ଚାଲାଣ କଟାଯାଉଛି । କେବଳ ୯ ଓ ୦ ପାଇଁ ଶେଷ ତାରିଖ ଫେବୃଆରୀ ୨୮ ତାରିଖ ରହିଛି ।