ବାଇକରୁ ଖସି ମହିଳା ମୃତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବାଇକରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ପାଟଣାଗଡ଼ ଥାନା ଅନ୍ତର୍ଗତ ଶୁନାମୁଦି ଗାଁର ଦେବବ୍ରତ ସାହୁ ନିଜ ବାଇକ ଯୋଗେ ସ୍ତ୍ରୀ ସଙ୍ଗୀତାକୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇ ଗାଁକୁ ଫେରୁଥିଲେ । ହେଲେ ସରମୁହାଁନ ନିକଟରେ ବାଇକରୁ ଖସିପଡ଼ି ଘଟଣାସ୍ଥଳରେ ସ୍ତ୍ରୀ ସଙ୍ଗୀତାଙ୍କ ମୃତ୍ୟୁ ଘଟିଥିଲା । ପରେ ପରିବାର ଲୋକେ ଜାଣି ପାଟଣାଗଡ଼ ଥାନାକୁ ଖବର ଦେବାରୁ ପୁଲିସ ପହଞ୍ଚି ମୃତଶବକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ସୂଚନାଯୋଗ୍ୟ ଯେ, ୪ ମାସ ତଳେ ମୃତ ସଙ୍ଗୀତାଙ୍କ ବାପା ଓ ମା’ଙ୍କ ଅକାଳ ବିୟୋଗ ହୋଇଥିଲା । ଖବର ପାଇ ସଙ୍ଗୀତାଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ତାଙ୍କ ଚିକିତ୍ସା ପାଇଁ ବଲାଙ୍ଗିର ନେଇ ଫେରୁଥିବାବେଳେ ଏଭଳି ଘଟଣା ଘଟିଥିଲା ।