ବାଙ୍ଗାଲୁରୁ: କର୍ଣ୍ଣାଟକର ସିମୋଗା ଜିଲ୍ଲାରେ ଆରକ୍ଷଣ ପ୍ରସଙ୍ଗକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଘର ବାହାରେ ପ୍ରଦର୍ଶନ ଓ ପଥର ମାଡ଼ କରାଯାଇଛି । ଏହି ସମୟରେ ବଞ୍ଜାରା ସମୁଦାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସମୁଦାୟ ଅନୁସୁଚିତ ଜାତି ଏବଂ ଜନଜାତିଙ୍କ ଆରକ୍ଷଣ ଲାଗି କର୍ଣ୍ଣାଟକ ସରକାରଙ୍କ ଫଇସଲାକୁ ବିରୋଧ କରୁଛି । ପ୍ରଦର୍ଶନକାରୀମାନେ ବିରୋଧ କରିବା ଆଳରେ ପୁଲିସ ଉପରକୁ ମଧ୍ୟ ପଥର ମାଡ଼ କରିଛି ।
ଆରକ୍ଷଣକୁ ଯେଉଁଭଳି ଆବଣ୍ଟିତ କରାଯାଇଛି ତାହା ତାଙ୍କ ଅଂଶ କମାଇଛି ବୋଲି ବଞ୍ଜାରା ସମୁଦାୟ କହିଛି । ପ୍ରଦର୍ଶନକାରୀମାନେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ପୋଷ୍ଟର ମଧ୍ୟ ଜଳାଇ ଦେଇଛନ୍ତି ।