ଭୁବନେଶ୍ୱର,ଏନ୍ଏନ୍ଏସ୍: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ପ୍ରତିବାଦରେ ସର୍ବଦଳୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଆଗାମୀ ଦିନରେ ସବୁ ଦଳକୁ ନେଇ ଆନ୍ଦୋଳନ ତୀବ୍ର ହେବ ବୋଲି ନରସିଂହ ମିଶ୍ର ଓ ଶରତ ପଟ୍ଟନାୟମ ସୂଚନା ପ୍ରଦାନ କରିଛନ୍ତି । ଏହା ଏକ ଷଡ଼ଯନ୍ତ୍ର ସେଥିପାଇଁ ତୃଣମୂଳ ସ୍ତରରେ ଆନ୍ଦୋଳନ ହେବ । ଗଣତନ୍ତ୍ର ପ୍ରତିଷ୍ଠା ନ ହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି କୁହାଯାଇଛି ।