ଦିନକରେ ୧.୮୪ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ପ୍ରତିଦିନ ଦେଢ ଲକ୍ଷ ଉପରେ ଚିହ୍ନଟ ହେଉଛନ୍ତି ନୂଆ କରୋନା ସଂକ୍ରମିତ। ଗତ ୨୪ ଘଣ୍ଚା ମଧ୍ୟରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୨୭ ଜଣଙ୍କର ମୁଣ୍ତ ନେଇଛି ମହାମାରୀ। ୮୨ ହଜାର ୩୩୯ ଆରୋଗ୍ୟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫କୁ ବୃଦ୍ଧି ହୋଇଛି। ୧୩ ଲକ୍ଷ ୬୫ ହଜାର ୭୦୪ ସକ୍ରିୟ ସଂକ୍ରମିତ ରହିଛନ୍ତି। ଏହାସହ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୨ ହଜାର ୮୫ ଛୁଇଁଛି। ୧ କୋଟି ୨୩ ଲକ୍ଷ ୩୬ ହଜାର ୩୬ ଜଣ ସୁସ୍ଥ ହୋଇଥିବା ବେଳେ ୧୧ କୋଟି ୧୧ ଲକ୍ଷ ୭୯ ହଜାର ୫୭୮ ଜଣଙ୍କୁ ଟିକାକରଣ କରାଯାଇଛି।