ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସମସ୍ତ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବଲାଙ୍ଗିର ଜିଲ୍ଲାର ୪୩ ବର୍ଷୀୟ ବ୍ୟକ୍ତି, ଯିଏ କି ମଧୁମେହ ରୋଗରେ ପୀଡିତ ଥିଲେ।

ଗଞ୍ଜାମ ଜିଲ୍ଲାର ୭୨ ବର୍ଷୀୟ ବ୍ୟକ୍ତି ସେ ପାକସ୍ଥଳୀ, ଉଚ୍ଚ ରକ୍ତଚାପ ଏବଂ ଧମନୀ ରୋଗରେ ପୀଡିତ ଥିଲେ। ସେହିଭଳି ଅନ୍ୟଜଣେ ଯାଜପୁର ଜିଲ୍ଲାର ୩୨ ବର୍ଷ ବୟସ୍କ ବ୍ୟକ୍ତି ଯିଏ କି କୋଷଜନିତ ରୋଗରେ ପୀଡିତ ଥିଲେ। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୩୩କୁ ବୃଦ୍ଧି ପାଇଛି।