ଭାଲୁ ଆକ୍ରମଣରେ ଜଣେ ଗୁରୁତର : ୧୫ ଘଣ୍ଟା ପରେ ବି ପହଂଚିଲାନି ବନ ବିଭାଗ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଫୁଲପାହାଡ଼ି ଗ୍ରାମରେ ଗତକାଲି ସନ୍ଧ୍ୟାରୁ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଘରେ ପଡ଼ି ରହିଛନ୍ତି। କିନ୍ତୁ ଘଟଣାସ୍ଥଳରେ ବନ ବିଭାଗ ପହଂଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଫୁଲପାହାଡ଼ି ଗ୍ରାମର କେସନ ଦେହୁରୀ ଗତକାଲି ସନ୍ଧ୍ୟାରେ ହାଟରୁ ଘରକୁ ଫେରୁଥିବାବେଳେ ଗାଁ ମୁଣ୍ଡରେ ଭାଲୁ ଆକ୍ରମଣ କରିଥିଲା । ପରେ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ ନେବାକୁ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ଏପର୍ୟ୍ୟନ୍ତ ଗ୍ରାମରେ ବନ ବିଭାଗ ପହଂଚି ନଥିବାରୁ ଗୁରୁତର ଅବସ୍ଥାରେ କେସନ ଘରେ ପଡ଼ି ରହିଛନ୍ତି। କେଶନଙ୍କ ହାତ ଭାଙ୍ଗି ଯାଇଥିବାବେଳେ ପ୍ରବଳ ରକ୍ତସ୍ରାବ ହୋଇଛି।