ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର, ଜଣେ ଆହତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପାଟଣା-କେନ୍ଦୁଝର ରାସ୍ତାର ଖୁଣ୍ଟାପଡ଼ା ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ଡାହାଣ ଗୋଡ଼ଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ବାଇକ ଆରୋହୀଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗୁରୁତର ଜଣକ ହେଲେ ମହିଁଶାମୁଣ୍ଡି ଗ୍ରାମର ଅକ୍ଷୟ କୁମାର ନାୟକ। ମିଳିଥିବା ରିପୋର୍ଟ ମୁତାବିକ, ଅକ୍ଷୟ ଆଉ ଜଣଙ୍କ ସହ ମହିଁଶାମୁଣ୍ଡିରୁ କେନ୍ଦେଇପଶିକୁ ଯାଉଥିବାବେଳେ କେନ୍ଦୁଝର ପଟୁ ପାଟଣା ଆଡ଼କୁ ଯାଉଥିବା ଏକ ଅଲ୍ଟୋ କାରଟି ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ୨ଟି ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।