କୃଷକ ଆନ୍ଦୋଳନ: ହରିୟାଣାର ୧୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ମଧ୍ୟରେ ହରିୟାଣା ସରକାର ରାଜ୍ୟର ୧୭ଟି ଜିଲ୍ଲାରେ ଇଣ୍ଟରନେଟ ଓ ଏସ୍ଏମ୍ଏସ୍ ସେବା କାଲି ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି। ସୂଚନା ବିଭାଗ ଟ୍ୱିଟ୍ କରି କହିଛି ଯେ, ତୁରନ୍ତ ପ୍ରଭାବ ଯୋଗୁ ଅମ୍ବାଲା, ଯମୁନାନଗର, କୁରୁକ୍ଷେତ୍ର, କରନାଲ, କେଥାଲ, ପାନୀପତ, ହିସାର, ଜୀଂଦ,ରୋହତକ, ଭିବାନୀ, ଚରଖୀ ଦାଦରୀ, ଫତେହବାଦ, ରେବାଡୀ ଓ ସେରସା ଜିଲ୍ଲାରେ ଭଏସ କଲକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି। ସୋନୀପତ, ପଲବଲ ଓ ଝଜ୍ଜରରେ ପୂର୍ବରୁ ହିଁ ଇଣ୍ଟନେଟ ସେବା ବନ୍ଦ କରିଦିଆଯାଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀ-ହରିୟାଣା ବୋର୍ଡରସ୍ଥିତ ସିଂଘ ବୋର୍ଡର କୃଷକ ଆନ୍ଦୋଳନର କେନ୍ଦ୍ର ପାଲଟିଛି। ଆଜି ସିଂଘୁ ବୋର୍ଡରରେ କଥିତ ସ୍ଥାନୀୟ ଲୋକ ପ୍ରଦର୍ଶନୀସ୍ଥଳୀରେ ପହଞ୍ଚି ଯାଇଥିଲେ। ପରେ ଏଠାରେ ହିଂସାକାଣ୍ଡ ଘଟିଥିଲା। ଏହି ସମୟରେ ଜଣେ ଏସଏଚଓ ଆହତ ହୋଇଛନ୍ତି।