ଲଗାଣ ବର୍ଷାରେ ଭାଙ୍ଗିଲା ଘର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପୂର୍ବ ଉପକୂଳଠୁ ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ସ୍ଥିତିରେ ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗ୍ରାମର ଖୀରସିନ୍ଧୁ ବରିହାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ୫ଜଣ ସଦସ୍ୟ ବିଶିଷ୍ଟ ପରିବାରରେ ଏବେ ବହୁ କଷ୍ଟରେ ଅନ୍ୟଜଣଙ୍କ ଘରେ ଆଶ୍ରୟ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଖୀରସିନ୍ଧୁଙ୍କ ପରିବାର ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ଏମାନଙ୍କ ପାଖରେ ପହଞ୍ଚି ପାରିନଥିବା ଜଣାଯାଇଛି । ଗ୍ରାମର ଜଣେ ବଦାନ୍ୟ ବ୍ୟକ୍ତି ଗୋଟିଏ ପଲିଥିନ ଦେଇଥିବାବେଳେ କୌଣସି ସରକାରୀ ସାହଯ୍ୟ ମିଳିନଥିବା ଖୀରସିନ୍ଧୁ ଅଭିଯୋଗ କରିିଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବୈଦ୍ୟନାଥ ମିଶ୍ରଙ୍କୁ ପଚାରିବାରୁ ଏ ବିଷୟରେ ମୁଁ ଆପଣଙ୍କଠାରୁ ଜାଣିବାକୁ ପାଇଲି ଓ ଖୁବଶୀଘ୍ର ତାକୁ ସାହାଯ୍ୟ ଦିଆଯିବ ବୋଲି କହିଛନ୍ତି ।