ସବଇନ୍ସପେକ୍ଟର ପରୀକ୍ଷା ସ୍ଥଗିତ

କଟକ,ଏନ୍‌ଏନ୍‌ଏସ୍‌: ଓଡ଼ିଶା ପୁଲିସ ସବଇନ୍ସପେକ୍ଟର ପରୀକ୍ଷା ପୁଣି ଘୁଞ୍ଚିଲା । ସଫ୍ଟୱେୟାର ସମସ୍ୟା ଯୋଗୁ ପରୀକ୍ଷା ଘୁଞ୍ଚିଥିବା ନେଇ ଓପିଆରବି ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ ଜରିଆରେ ସୂଚନା ପ୍ରଦାନ କରିଛନ୍ତି । କାହାରିକୁ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

ସୂଚନାଯୋଗ୍ୟ, ଏସଆଇ ପରୀକ୍ଷାରେ କମ୍ପ୍ୟୁଟର ବେସଡ ଟେଷ୍ଟକୁ ନେଇ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି। କ୍ୱେଶ୍ଚିନ ଡାଉନଲୋଡ ହୋଇପାରୁନଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି । ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ହୋଇପାରୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସେଥିପାଇଁ ଭୁବନେଶ୍ୱର, କଟକ ଓ ଚୌଦ୍ୱାରରେ ପରୀକ୍ଷାର୍ଥୀ ହୋହଲ୍ଲା କରିଛନ୍ତି।